ନୂଆଦିଲ୍ଲୀ.,୧୬/୭,(ଲକ୍ଷ୍ମୀ ବେବର୍ତ୍ତା) : ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ରେ ସୃଷ୍ଟି ହେଲା ଏକ ଇତିହାସ. ପୁରୀ ଶ୍ରୀକ୍ଷେତ୍ର ର ରଥଯାତ୍ରା ବିଶ୍ୱପ୍ରସଦ୍ଧ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ଙ୍କ ମହିମା ଓ ପୁରୀ ରଥଯାତ୍ରା ର ପରମ୍ପରା ଆଜି ଦେଶ ଓ ବିଦେଶ ର ଅଧିକାଂଶ ସ୍ଥାନ ରେ ପାଳିତ ହେଉଛି । ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଏପରିକି ବିଶ୍ୱବ୍ୟପୀ ହୋଇଥିବା ମହାପ୍ରଭୁ ଙ୍କ ଏହି ଘୋଷ ଯାତ୍ରା ଆଜି ଦେଶ ର କଲିକତା, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ,ଅହମଦାବାଦ, ବେଙ୍ଗାଲୁର , ହାଇଦ୍ରାବାଦ, କାନପୁର ଭଳି ଅନ୍ୟ ପ୍ରମୁଖ ବଡ ବଡ଼ ସହର ରେ ଯେଉଁଭଳି ଉତ୍ସାହ ଉଦ୍ଧିପନା ସହକାରେ ରେ ରଥଯାତ୍ରା ପାଳନ କରାଯାଇଥିlଏ ଦେଖିଲେ ଆଚାର୍ଯ୍ୟ ଲାଗେ । କହିବାକୁ ଗଲେ ସେହି ସବୁ ସହର ରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବ( ପର୍ବ )ବୋଲି ସ୍ଥାନୀୟ ଲୋକେ ଭାବିଥାନ୍ତି। ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ. ଶ୍ରୀ ଜଗନ୍ନାଥ ଙ୍କୁ ବାଦଦେଲେ ଓଡ଼ିଆ ଜାତିର ସ୍ଥିତ, ସଂସ୍କୃତି ସବୁ କିଛି ଯେପରି ଶୂନ୍ୟ. ରାତି ପାହିଲେ ଓଡ଼ିଆ ଜାତିର ଆରାଧ୍ୟଦେବତା ସେହି ମହାପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ଭକ୍ତ ମାନେ ଦଉଡି ଆସିଥାନ୍ତି ସେମାନଙ୍କ ଦୁଃଖ, ଯନ୍ତ୍ରଣା ଲାଘବ କରି ଟିକିଏ ମାନସିକ ସ୍ତର ରେ ଶାନ୍ତି ଓ ଟିକିଏ କରୁଣା ପାଇବା ପାଇଁ । ଭକ୍ତି ଓ ଭାବର ଠାକୁର ହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ. ସେ କେବଳ ସଂସ୍କୃତି ଵା ପରମ୍ପରା ର ଧାରକ ନୁହନ୍ତି ପ୍ରଭୁଙ୍କର ଦୈନିନ୍ଦୀନ ନୀତି ସହ ଅନେକ ବୈଜ୍ଞାନିକ ତତ୍ୱ ମଧ୍ୟ ଜଡିତ ଥିବା ଜଣାଯାଏ । ଶ୍ରୀ ଜଗନ୍ନାଥ ସଂସ୍କୃତିର ସମସ୍ତ ନୀତିକାନ୍ତ ଏବଂ ବାର୍ଷିକ ପର୍ବପର୍ବାଣି ମନୁଷ୍ୟ ର ମାନସିକ ସ୍ଥିତି କୁ ବେଶ ପ୍ରଭାବିତ କରିଥାଏ । ଓଡିଶା କହିଲେ ଶ୍ରୀ ଜଗନ୍ନାଥ ଧାମ କୁ ବୁଝାଏ, ଉତ୍କଳୀୟ ମାନଙ୍କୁ ଏକସୂତ୍ର ରେ ବାନ୍ଧି ରଖିବାରେ ରଥଯାତ୍ରା ହେଉଛି ଏକ ଆଡମ୍ବରପୂର୍ଣ ଓ ମହତ୍ୱ ପୂର୍ଣ ପର୍ବ. ଓଡିଶା ର ନେତା ସ୍ୱୟଂ ନାରାୟଣ ଯେତେବେଳେ ରଥାରୁଢ଼ ହୁଅନ୍ତି ସମସ୍ତ ଓଡ଼ିଆ ସେତେବେଳେ ଭକ୍ତିଭାବ ନେଇ ଏକାଠି ହୁଅନ୍ତି। ରଥ ଦଉଡି ଟାଣି, କାଳିଆକୁ ନିକଟରେ ବେନିନେତ୍ର ର ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରନ୍ତି. ପୁରୀ ଶ୍ରୀ ମନ୍ଦିର ର ପାଳିତ ହୋଇଆସୁଥିବା ସମସ୍ତ ଯାନିଯାତ୍ରା ମଧ୍ୟରେ ରଥଯାତ୍ରା ହେଉଛି ପ୍ରଭୁଙ୍କର ଶ୍ରେଷ୍ଠ ଯାତ୍ରା ଓ ସ୍ୱୟଂଲୀଳା. ସ୍ନାନଯାତ୍ରା ପରେ ଯେଉଁଠି ସ୍ୱୟଂ ଶ୍ରୀ ଜଗନ୍ନାଥ ଜେଷ୍ଠଭ୍ରାତା ବଳଭଦ୍ର ଏବଂ ଭଗ୍ନୀ ସୁଭଦ୍ରାଙ୍କୁ ନେଇ ଭକ୍ତ ଙ୍କ ଗହଣରେ ରତ୍ନସିଂହାସନରୁ ଉଲ୍ଲାଇଆସି
ରଥାରୂଢ଼ ହୁଅନ୍ତି । ଯେଉଁଠି ଭକ୍ତ ଓ ଭଗବାନ ଙ୍କ ହୁଏ ଅପୂର୍ଵ ମିଳନ. ତେଣୁ ଆଜି ବିଶ୍ୱ ର କୋଣ ଅନୁକୋଣ ରେ ଏବଂ ଦେଶ ର ବିଭିନ୍ନ ସହର ଏପରିକି ପୁରପଲ୍ଲୀ ରେ ମଧ୍ୟ ରଥଯାତ୍ରା ପାଳନ ହେଉଥିବା ଦୃଷ୍ଟିଗୋଚର ହୁଏ । ଏ ସବୁ ସ୍ଥାନ ରେ ଓଡ଼ିଆ ମନେ ଅତି ଆନନ୍ଦ ଉଲ୍ଲାସ ସହକାରେ ନବଦିନ ଧରି ଏହି ଉତ୍ସବ କୁ ପାଳନ କରିଥାନ୍ତି. ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ର ଅରବିନ୍ଦ ମାର୍କେଟ ଠାରୁ ହାଉଜ଼ଖlସ ଗାଁ କୁ ଯିବାବେଳେ ମଧ୍ୟ ରାସ୍ତାରେ ରହିଛି ପ୍ରବାସୀ ଓଡ଼ିଆ ମାନଙ୍କ ଏକ ପ୍ରମୁଖ ମିଳନକେନ୍ଦ୍ର । ସନ( 1966)ମସିହା ରେ ଗ୍ରୀନପାର୍କ ଠାରୁ ହାଉଜ଼ଖାସ ଯିବା ରାସ୍ତା ର ଅନତିଦୂରରେ ଶ୍ରୀନୀଳାଚଳ ସେବା ସଙ୍ଘ ଦ୍ୱାରା ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର ନେଇ ଏଠାରେ ପ୍ରଥୀଷ୍ଠl ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର। ଏହାର ଅପରୂପ କାରୁକାର୍ୟ୍ଯଦେଖିବାକୁ ଅତି ରମଣୀୟ । ଦୈନିକ ସକାଳ ସନ୍ଧ୍ୟା ରେ ଏଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ଙ୍କ ବେସ ଭିଡ଼ ପରିଲିକ୍ଷିତ ହୁଏ । ବିଶେଷ କରି ଛୁଟିଦିନ ଓ ରବିବାର ରେ ହଜାର ହଜାର ପ୍ରବାସୀ ଓଡ଼ିଆ ଏଠାରେ ଏକତ୍ରିତ ହୋଇଥାନ୍ତି । ପ୍ରଭୁ ଙ୍କ ଦର୍ଶନ ସହ ମଧ୍ଯlନ୍ନ, ଓ ରାତିରେ ମହାପ୍ରଭୁ ଙ୍କ ଅନ୍ନ ଭୋଗ ପାଇବା ପାଇଁ, ପୁରୀ ଶ୍ରୀ ମନ୍ଦିରର ରୀତିନୀତି କୁ ନେଇ ବର୍ଷ ସାରା ପ୍ରତିଟି ପର୍ବପର୍ବାଣୀ ଏଠାରେ ପାଳିତ ହେଉଥିଲେ ହେଁ ରଥଯାତ୍ରା ଏହି ମନ୍ଦିର ର ଏକ ମୁଖ୍ୟ ପର୍ବ କହିଲେ ଅତୁକ୍ତି ହେବନାହିଁ । ଯାତ୍ରାର ଦୀର୍ଘ ତିନି ମାସ ପୂର୍ବରୁ ହିଁ ପରିଚାଳନା କମିଟି ରଥ ପ୍ରସ୍ତୁତି ର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲାଗିପଡିଥାନ୍ତି । ତେବେ ପୁରୀ ଓ ରାଜ୍ୟ ର କିଛି ସ୍ଥାନ ରେ ତିନି ରଥ ର ଆୟୋଜନ ହେଉଥିବା ବେଳେ ପ୍ରାରମ୍ଭ ରୁ ହିଁ ଏଠାରେ ତିନି ରଥ ବଦଳ ରେ ଗୋଟିଏ ଅଠରଫୁଟ ରଥ ରେ ହିଁ ଶ୍ରୀ ବିଗ୍ରହ ମନେ ବିଜେ କରି ଅରବିନ୍ଦମାର୍ଗ ଦେଇ ଗ୍ରୀନପାର୍କ ଓ ୟୁସୁଫସରାଇ ର ମୁଖ୍ୟ ରାସ୍ତା ଦେଇ ଅଖିଳଭାରତଆୟୁରବିଜ୍ଞାନ ସଂସ୍ଥାନ (ଏ. ଆଇ.ଆଇ. ଏମ ଏସ ) ପର୍ଯ୍ୟନ୍ତ ଯାଇ ସନ୍ଧ୍ୟା ରେ ପୁଣି ମନ୍ଦିର ବେଢା ମଧ୍ୟରେ ଥିବା ମାଉସୀମା ମନ୍ଦିର କୁ ପ୍ରତ୍ୟାବର୍ତନ କରିଥାନ୍ତି. ସନ 1979 ମସିହା ରେ ତତକାଳୀନ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳସେବା ସଙ୍ଘ ଆନୁକୂଲ୍ୟରେ ପ୍ରଥମ ରଥଯାତ୍ରା ଆରମ୍ଭ ହୋଇଥିଲା ଯାହା କ୍ରମାଗତ ଭାବେ ଆଦ୍ୟାପୀ ପାଳିତ ହୋଇ ଆସୁଛି । ହାଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ରଥଯାତ୍ରା ଦିଲ୍ଲୀ ମହାନଗରନିଗମ ରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରି ଆସୁଛି । ବର୍ଷକୁ ବର୍ଷ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ଏହି ଯାତ୍ରା ରେ ବଢ଼ି ଥାନ୍ତି, କେବଳ ଓଡ଼ିଆ ନୁହେଁ ଅଣ ଓଡ଼ିଆ ଏବଂ ରାଜଧାନୀ ଦିଲ୍ଲୀ ବାସିନ୍ଦା ମଧ୍ୟ ଏଥିରେ ସାମିଲ ହେଉଥିବା ନଜର ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଦିଲ୍ଲୀ ର ମାନ୍ୟବର ଉପରାଜ୍ୟପାଳ ଙ୍କ ସହ କେନ୍ଦ୍ର ସରକାର ଙ୍କ ବହୁ ବରିଷ୍ଠ ପ୍ରଶାସକ ଏହି ମନ୍ଦିର ରେ ଅତୀତ ରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ରେ ଯୋଗ ଦେଇ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଛନ୍ତି. କରୋନା ମହାମାରୀ ଯୋଗୁ ଚଳିତବର୍ଷ ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ରେ ପ୍ରଥମ ଥର ସୃଷ୍ଟି. ହୋଇଛି ଏକ ଇତିହାସ. ପ୍ରଥମଥର ଭକ୍ତ ଙ୍କ ବିନା ଅନୁପସ୍ଥିତି ରେ ବିଧିରକ୍ଷା ପାଇଁ ତଥା ବିଧିପୂର୍ବକ ପାଳନ କରାଯାଇଛି ମହାପ୍ରଭୁ ଙ୍କ (42)ତମ ଘୋଷଯାତ୍ରା. ରଥଯାତ୍ରା ଦିନ ପ୍ରତ୍ୟୁଷ ରୁ ଶ୍ରୀ ବିଗ୍ରହ ମାନଙ୍କ ମଙ୍ଗଳଆରତୀ, ମଇଲମ, ତଡପଲାଗି, ରୋଷହୋମ, ଅବକାଶପୂଜା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଓ ସକାଳ ଧୂପ ଓ ଅନ୍ୟନ୍ୟ ନିତୀକାନ୍ତ ହୋଇ ଶ୍ରୀଜୀଉ ମାନଙ୍କୁ ମନ ମୋହିନୀ ବେଶ ରେ ସଜ୍ଜିତ କରି ଧାଡିପହଣ୍ଡି ରେ ଅଣାଯାଇ ମନ୍ଦିର ବେଢା ମଧ୍ୟରେ ଦଣ୍ଡାୟମାନଥିବା ପୂର୍ଵପ୍ରସ୍ତୁତ ଏକ ଛୋଟ ସୁସଜ୍ଜିତ ରଥ ରେ ସେବାୟତ ମାନଙ୍କ ଦ୍ୱାରା ପ୍ରଥିଷ୍ଟl କରାଯିବା ସହ ଶ୍ରୀ ଜୀଉ ମାନଙ୍କୁ, ରଥାରୁଢ଼ କରାଯାଇଥିଲା । ମନ୍ଦିର ସମ୍ପାଦକ ରବୀନ୍ଦ୍ରପ୍ରଧାନ ପାରମ୍ପରିକ ରଜlବେଶ ରେ ସଜ୍ଜିତ ହୋଇ ସେବାୟତ ମାନଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ.କେବଳ ସୀମିତ ସଂଖ୍ୟକ ସେବାୟତ, ଓ ମନ୍ଦିର ନନା ମାନଙ୍କ ଦ୍ୱାରା ହିଁ ପୂର୍ବାହ୍ନ ବାର ଟା ସମୟରେ ମନ୍ଦିର ବେଢାମଧ୍ୟରେ ସେବାୟତ ମାନଙ୍କ ଦ୍ୱାରା ରଥ ଟଣାଯାଇଥିଲା. କମିଟି ରେ ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ସପରିବା ସହ ମୁହଁ ରେ ମାସ୍କ ପିନ୍ଧି ଆସି ଓ ସାମାଜିକ ଦୂରତା ମାନି ଶ୍ରୀ ଜୀଉ ମାନଙ୍କ ଦର୍ଶନ କରିବା ସହ କୃପାଭିକ୍ଷ କରିଥିଲେ।
ଏଥିସହ ମନ୍ଦିର ପରିଚାଳନା କମିଟି ର କିଛି ସଦସ୍ୟ ମଧ୍ୟ ମୁହଁ ର ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ଏଥିରେ ଯୋଗ ଦେଇଥିବା ବେଳେ ମନ୍ଦିର ବାହାରେ ପୂର୍ବବର୍ଷ ମାନଙ୍କ ରେ ଯେଉଁଠି ଲଖ୍ୟlଧିକ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହେଉଥିଲା ଓ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିଲା । ଚଳିତ ବର୍ଷ କୋଭିଡ ପାଇଁ ଭକ୍ତ ଶୂନ୍ୟ ହୋଇଯାଇଥିଲl ଯାହାଦ୍ୱାରା ପ୍ରବାସୀ ଓଡ଼ିଆ, ଭକ୍ତ ଓ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ମନେ ଓ ଶ୍ରୀ ନୀଳାଚଳ ସେବା ସଙ୍ଘପରିଚାଳନା କମିଟି ତରଫରୁ ଏଥିନେଇ ଗଭୀର ଦୁଃଖ ଭାବ ପ୍ରକାଶ ପାଇଥିବ ପରିଲିକ୍ଷିତ ହୋଇଥିଲା । ଭକ୍ତ ଓ ଭାବ ର ଠାକୁର ଜଗନ୍ନାଥ ସବୁବେଳେ ଭକ୍ତ ଙ୍କ କୋଳହଳ ରେ ଯାଉଥିବା ବେଳେ କୋଭିଡ ସକାଶେ ଚଳିତ ରଥଯାତ୍ରା ଶୂନ୍ୟଶୂନ୍ୟ ଲାଗୁଥିଲା । ମାତ୍ର ହାତଗଣତି ପନ୍ଦର, କୁଡିଏ ଜଣ ଭକ୍ତ ମାସ୍କ ପିନ୍ଧି ସାମାଜିକ ଦୂରତା ମାନି ମନ୍ଦିର ବାହାରେ ଅନତି ଦୂର ରେ ରହି ଶ୍ରୀ ବିଗ୍ରହ ମାନଙ୍କ ଅପରୂପ ଲୀଳା ଦେଖି ଦୁଇହାତ ଯୋଡି ଅଶ୍ରୁଳ ନୟନ ରେ ହେ ଜଗନ୍ନାଥେ ଏ ବିଶ୍ୱ କୁ, ଦେଶ କୁ ଏ କରୋନା ଦାଉ ରୁ ରକ୍ଷା କରନ୍ତୁ, ବିଶ୍ୱବାସି ଙ୍କୁ ମଙ୍ଗଳ କରନ୍ତୁ ବୋଲି ଆକୁଳ ନିବେଦନ କରୁଥିବା ଦେଖାଦେଇଥିଲା. ସାମ୍ପ୍ରତିକସ୍ଥିତି ରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ର ଭୟଭୟତା କୁ ଦୃଷ୍ଟି ରେ ରଖି ଏବଂ ସରକାରଙ୍କ ନିର୍ଦେଶନାମା ତଥା ଗାଇଡ଼ଲାଇନ ଅନୁପାଳନ ପୂର୍ବକ କଟକଣା ଲଗାଯାଇଥିବା ଦୃଷ୍ଟିରୁ ପୂର୍ବବର୍ଷ ମାନଙ୍କ ଭଳି ମନ୍ଦିର ବାହାରେ ଚଳିତ ବର୍ଷ କୌଣସି କାର୍ଯ୍ୟକ୍ରମ କରଯାଇନଥିଲା । ସ୍ତାନୀୟ ପୋଲିସ ପ୍ରଶାସକ ଙ୍କ ପକ୍ଷରୁ ବ୍ୟlରକେଟ ଲଗାଯାଇ କୋଠର ପଦକ୍ଷେପ ନିଆଯାଇଥିଲା. ଓ କୌଣସି ଭକ୍ତ ଙ୍କୁ ମନ୍ଦିର ଭିତର କୁ ଛଡା ନ ଯିବା ସହ ମନ୍ଦିରର ମୁଖ୍ୟ ପ୍ରବେଶ ପଥ, ଏବଂ ମନ୍ଦିର ସମ୍ମୁଖରେ ଶତାଧିକ ପୋଲିସ କର୍ମଚାରୀ ନିୟୋଜିତ ଥିବା ଦେଖାଦେଇଥିଲା । ସ୍ତାନୀୟ ପୋଲିସ ପ୍ରଶାସକ ଶାନ୍ତିଶୃଙ୍ଖଳl ରକ୍ଷା କରିବା ସହ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥିପ୍ରତି ତୀକ୍ଷ୍ଣଣ ନଜର ରଖିଥିଲେ.ଓ ଏଥିନେଇ ପରିଚାଳନାକମିଟିକୁ ପୂର୍ଣ ସହଯୋଗ କରିଥିଲେ । ହାଉଜ଼ଖlସ ରଥଯାତ୍ରା ରେ ପ୍ରତିବର୍ଷ ଲକ୍ଷlଧିକ ଭକ୍ତ ସମାଗମ ହେଉଥିବା ବେଳେ କୋଭିଡ କଟକଣା ଯୋଗୁ ଦିଲ୍ଲୀ ଓ ଏନ. ସି. ଆର. ରେ ରହୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମାନଙ୍କୁ ପୂର୍ବରୁ ହିଁ ଶ୍ରୀ ନୀଳାଚଳ ସେବାସଂଘ ଏବଂ ନିଜେ ଏହାର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଭକ୍ତ ମନେ ନିରାଶ ନହୋଇ ନିଜ ନିଜ ର ଘରେ ବସି ଟେଲିଭିଜନ ପରଦା ରେ ମହାପ୍ରଭୁ ଙ୍କ ରଥଯାତ୍ରା ଦେଖିବା ସହ ନିଜ ନିଜ ଘରେ ଗୋଟିଏ ଦୀପ ପ୍ରଜ୍ୱଳନ କରି ବିଶ୍ୱ ର କଲ୍ୟାଣ ସହ ଅତି ଶୀଘ୍ର ମହାମାରୀ କରୋନାବିପତ୍ତି ରୁ ରକ୍ଷl ପାଇବା ପାଇଁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ । ଏଥିସହ,ଜଗତଗୁରୁ ଶଙ୍କରଚର୍ଯ୍ୟା ପୁରୀ ଶ୍ରୀ ଗଜପତି ମହାରାଜ,ଙ୍କୁ ସମ୍ମାନ ଜଣାଇଵା ସହ ଛତିଶl ନିଯୋଗ, ସେବାୟତ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହ ମନ୍ଦିର ପ୍ରଶାସନ ର ପୂର୍ଣ ସହଯୋଗ ରେ ଚଳିତ ବର୍ଷ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ଯେଉଁଭଳି ଭାବେ ଶାନ୍ତିଶୃଙ୍ଖଳl ଏବଂ ସଫଳତାସହ ଓ ସମୟାନୁବର୍ତ୍ତୀ ରେ ଅନୁଷ୍ଠିତ ହୋଇଥିବାରୁ ଶ୍ରୀ ନୀଳାଚଳ ସେବାସଙ୍ଘ ତରଫରୁ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ । ଜଗନ୍ନାଥ ଙ୍କ ରଥ ହିଁ ବିଶ୍ୱପ୍ରସିଦ୍ଧ ସନାତନ ଧର୍ମରଥ. ଓଡିଶା ର ପ୍ରାଣକେନ୍ଦ୍ର ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ସମ୍ପର୍କ ର ସେତୁ, ଲୀଳାମୟୀ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସେବା କରିବାପାଇଁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେ କରୁଛି. ନାମକୁମାତ୍ର ମୁ ସେବକ ମୁ ମୋର କର୍ତବ୍ୟ କରିଚାଲିଛି । ସବୁ ସେହି ଲୀଳାମୟୀ ଠାକୁର ଙ୍କ ଇଛା ରେ ଚାଲିଛି. ତାଙ୍କର ଅପାର କରୁଣା ରୁ ସବୁକିଛି ସମ୍ଭବ ହେଉଛି ଏବଂ ହେବ । ବିଶ୍ୱର ମଙ୍ଗଳ ସହ ଆଜିର ଏହି ଘଡିସିନ୍ଧି ମୁହର୍ତ୍ତ ରେ ଦେଶରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ବିପତ୍ତି ର ଅତିଶୀଘ୍ର ଅନ୍ତ ଘଟୁ ବୋଲି ଶେଷରେ ମୁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନl କରୁଛି. ରବୀନ୍ଦ୍ର ପ୍ରଧାନ, ସମ୍ପାଦକ, ଶ୍ରୀ ନୀଳାଚଳ ସେବା ସଙ୍ଘ, ଶ୍ରୀ ଜଗନ୍ନାଥ ମନ୍ଦିର, ହାଉଜ଼ଖାସ, ।





















