ନୂଆଦିଲ୍ଲୀ,୧୬/୧୦(ଡ଼ି.ଏଚ ବ୍ୟୁରୋ):-ପାକିସ୍ତାନର ପେଶାୱାର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୯ ଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏବଂ ୪୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ବୟସ ୧୩ ବର୍ଷ କିମ୍ବା ତା’ଠାରୁ କମ୍ ହେବ ।






















