ଭୁବନେଶ୍ୱର,୧୩।୧୧(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିହ୍ନିତ ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ସୂଚନା । ଏବଂ ବିଭିନ୍ନ ପାଣିପାଗ ମଡେଲ୍ ରେ ସମ୍ଭାବ୍ୟ ବାତ୍ୟାର ସଙ୍କେତ ମିଳୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଶଙ୍କା ବଢ଼ିଛି।

















