ଭୁବନେଶ୍ୱର,୧୩।୧୧(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ଘରୋଇ ବସ୍ ଭଡ଼ା ବୃଦ୍ଧି । ଏଣିକି ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ଟ.୧.୧୮ ପଇସା ସ୍ଥିର ହୋଇଥିବ ବେଳେ ଏକ୍ସପ୍ରେସ ବସ୍ ଟ ୧.୨୪ ପଇସା, ସେମି ଡିଲକ୍ସ ବସ୍ ଟ୧.୩୦ ପଇସା, ଡିଲକ୍ସ ବସ୍ ଟ ୧.୪୧ ପଇସା, ଏସି ଡିଲକ୍ସ ବସ୍ ଟ୧.୯୯ ପଇସା, ସୁପର ପ୍ରିମିୟମ ବସ୍ ଟ ୩.୨୧ ପଇସା ଏବଂ ସୁପର ପ୍ରିମିୟମ ଫୁଲି ସ୍ଲିପର ଏସି କୋଚ୍ ବସ୍ କିଲୋମିଟର ପିଛା ଟ୪.୬୧ ପଇସା ଧାର୍ଯ୍ୟ କରାଯାଇଛି ।


















