ନୂଆଦିଲ୍ଲୀ,୨୮/୦୧(ଡ଼ି.ଏଚ ବ୍ୟୁରୋ):-ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା ଘଟି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି ।ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଫେରିବା ସମୟରେ ବିମାନଟି ବାରାମତିରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଅଜିତ ପାୱାରଙ୍କ ସହ ବିମାନରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି ।



















