ନୂଆଦିଲ୍ଲୀ,୨୪।୧୦(ଡ଼ି.ଏଚ ବ୍ୟୁରୋ):-୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ପକ୍ଷରୁ ଗିରଫ ହୋଇଛନ୍ତି ଇଡି ଲକ୍ଷ୍ନୌ ଜୋନ୍ ର ୨ ଜଣ ଏନଫୋର୍ସମେଣ୍ଟ ଅଫିସର ଦୀପକ କୁମାର ଏବଂ ହେଡ କନଷ୍ଟେବଲ ମନୋଜ ଦ୍ୱିବେଦୀ । ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ଥିବା ଜଣେ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ୫ ଲକ୍ଷ ଟଙ୍କା ଲାଂଚ ନେଇ ସିବିଆଇ ହାତରେ ଧରା ପଡିଛନ୍ତି ।




















