ଭୁବନେଶ୍ୱର,୧୯।୧୧(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ଅକଭାନ’ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ । ଏହାର ପ୍ରଭାବରେ ଭୁବନେଶ୍ୱର , କଟକ,ପୁରୀ ଓ ବ୍ରହ୍ମପୁର ସମେତ ରାଜ୍ୟରେ ହାଲୁକା ବର୍ଷା ସହ ପବନ ଲାଗି ରହିଛି । ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବାବେଳେ ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ମାଡି ଆସୁଛି ବାତ୍ୟା ଅକବାନ୍। ବର୍ତ୍ତମାନ ଗୋପାଳପୁରରୁ ୫୩୦ କିମି ଦୂରରେ ରହିଛି। ପୁରୀ ଠାରୁ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏବଂ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପ୍ରାୟ ୧୦୦ କିମି ରହିବ।

















