ବ୍ରହ୍ମପୁର,୧୮।୧୧(ଇ ରଞ୍ଜନ):- ସମସ୍ୟା, ସମସ୍ୟା, ସମସ୍ୟା। ସମସ୍ୟା ଘେରରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଭାବିନିପୁର ପଞ୍ଚାୟତ ଅଧିବାସୀ। ରାସ୍ତାଘାଟ ବହୁ ଖାଲଖମାରେ ପରିପୂର୍ଣ୍ଣ, ଆବର୍ଜନା ପାଣି ରାସ୍ତାରେ ଭାସି କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରୁଛି, ପାନୀୟ ଜଳର ଉତ୍କଟ ସମସ୍ୟା ରହିଥିବା ବେଳେ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ। ବନ୍ୟାର ବିଭୀଷିକା ପରେ ଟିକିଏ ଦେଖନ୍ତୁ ଏହି ଦୃଶ୍ୟକୁ। ଏହି ରାସ୍ତାଟି ଭାବିନିପୁର ଠାରୁ ବ୍ରହ୍ମପୁର ମହାନଗରର ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ଖଡାସିଂ , ଇଞ୍ଜିନିୟରିଂ ସ୍କୁଲ ଓ ବଡ ମେଡିକାଲ ଭଳି ସହରର ଆହୁରି ଅନେକ ଅଞ୍ଚଳ ସହିତ ସଂଯୋଗ ହେଉଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ବାଇକ, ଚାରି ଚକିଆ ଯାନବାହନ ସହ ଆମ୍ବୁଲାନ୍ସ ମଧ୍ୟ ଗୁରୁତର ରୋଗୀଙ୍କୁ ନେଇ ଯାତାୟାତ କରିଥାଏ। ଆଉ ଏତିକି ବେଳେ ରାସ୍ତାଟି ବହୁ ଖାଲଖମାରେ ପରିପୂର୍ଣ୍ଣ ହେବା ସହ ରାସ୍ତାର ଅନେକ ସ୍ଥାନରେ ବୃହତ ଗର୍ତ୍ତମାନ ସୃଷ୍ଟି ହୋଇଛି। ଯାହାଦ୍ୱାରା ଲୋକମାନେ ପଡ଼ି ଆହତ ହେବା ସହିତ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମରେ ଥିବା ଡ୍ରେନ୍ ଗୁଡ଼ିକ ଦୀର୍ଘ ଦିନ ଧରି ସଫା ନ ହେବା କାରଣରୁ ତାହା ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି । ଏଥି ସହ ଅନେକ ସ୍ଥାନରେ ଆବଶ୍ୟକ ସଂଖ୍ୟକ ଡ୍ରେନ ନ ଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଆବର୍ଜନା ପାଣି ଏଣେ ତେଣେ ଜମି ରହି ଦୁର୍ଗନ୍ଧମୟ ପରିବେଶ ସହ ମଶା ଡାଆଁଶ ଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ସେହିପରି ପାଇପ ଲାଇନ ଘର ଗୁଡିକୁ ସଂଯୋଗ କରା ଯାଇଥିଲେ ମଧ୍ୟ ନିୟମିତ ପାଣି ଆସୁ ନ ଥିବାରୁ ଲୋକମାନେ ଦୂର ଦୂରାନ୍ତ ସ୍ଥାନରୁ କିଏ ଗରା ମାଠିଆରେ ତ ଆଉ କିଏ ସାଇକେଲରେ ପାଣି ବୋହି ଆଣୁଥିବା ନେଇ ଅଭିଯୋଗ କରିଛନ୍ତି। ସେହିପରି ବାତ୍ୟା ଅର୍ଣ୍ଣବ ଓ ବନ୍ୟାର ବିଭୀଷିକା ପରେ ପୁଣି ଏବେ ଆଉ ଏକ ଆସନ୍ନ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛନକା ପଶିଥିବା ବେଳେ ଏ ପର୍ଯ୍ୟନ୍ତ ବହୁ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଦଦରା ଚାଳ ଛପର ଓ ଟିଣ ଘରେ ରହିଥିବାରୁ ସେମାନଙ୍କ ପ୍ରତି ବିପଦ ରହିଥିବା ଓ ଏ ନେଇ ସେମାନେ ବାରମ୍ବାର ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତ

















