Wednesday, October 14, 2026
ADVERTISEMENT
Home ଜାତୀୟ ବିହାରର ବୈଶାଳୀ ଜିଲ୍ଲାରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ।

ବିହାରର ବୈଶାଳୀ ଜିଲ୍ଲାରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ।

1
ADVERTISEMENT

ନୂଆଦିଲ୍ଲୀ,୧୪।୧୦(ଡ଼ି.ଏଚ ବ୍ୟୁରୋ):-ବିହାରର ବୈଶାଳୀ ଜିଲ୍ଲାରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ । ସ୍ଥାନୀୟ ରଘୁପୁର ଗ୍ରାମର ୧୫/୨୦ ଜଣ ଲୋକ ଡଙ୍ଗାରେ ବସି ଭୋଜି ଖାଇବାକୁ ନଦୀ ଆରପାରିକୁ ଯାଉଥିବା ବେଳେ ମଝି ନଈରେ ଡଙ୍ଗାtବୁଡ଼ି ଯାଇଥିଲା । ଖବର ପାଇ ଏନଡିଆରଫ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଥିବା ଅଧିକାଂଶ ଛୋଟ ପିଲା ବୋଲି ପ୍ରଥମିକ ଖବରରୁ ଜଣାପଡିଛି । ଖବର ପାଇ ଏନଡିଆରଫ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ସ୍ଥାନୀୟ ଲେକମାନେ ମଧ୍ୟ ନିଖୋଜମାନଙ୍କୁ ଖୋଜିବା କାର୍ଯ୍ୟରେ ଏନଡିଆରଏଫକୁ ସହଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘଟଣାକୁ ନେଇ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

Advertisement