Wednesday, November 4, 2026
ADVERTISEMENT
Home ଆଞ୍ଚଳିକ ୨ ଦିନ ଧରି ଜାରି ରହିଛି ରିଲିଫ କାର୍ଯ୍ୟ l

୨ ଦିନ ଧରି ଜାରି ରହିଛି ରିଲିଫ କାର୍ଯ୍ୟ l

2
ADVERTISEMENT

କୁକୁଡ଼ାଖଣ୍ଡି,୦୪।୧୧(ଇ ରଞ୍ଜନ ):-ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରିଲିଫ କାର୍ଯ୍ୟ ବଳବତ୍ତର ରହିଛି। ଗତ ୨ ଦିନ ଧରି ଲୋଚାପଡ଼ା ପଞ୍ଚାୟତର ସରପଞ୍ଚ ଏଲ. ମୋହନ ଦାସ, ମନ୍ତ୍ରୀଙ୍କ କୁକୁଡାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ର ଙ୍କ ନେତୃତ୍ୱ ରେ ରାମକୃଷ୍ଣ ନଗର , ଖାରବେଳ ନଗର, ବାପୁଜୀ ନଗର, ଶକ୍ତିନଗର, ଲୋଚାପଡା ହରିଜନ ବସ୍ତିର ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକଙ୍କୁ ରିଲିଫ କାର୍ଯ୍ୟ ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି। ଏଥିରେ ରନ୍ଧନ ନିମନ୍ତେ ଶୁଖିଲା ଖାଦ୍ୟ ସାମଗ୍ରୀ ସମେତ ଝରି ପାଲ ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମରେ ପ୍ରଶାସନର ଅଧିକାରୀମାନେ ପିଇଓ ଚିନ୍ମୟ କୁମାର ବେହେରା, ଆର.ଆଇ ରମେଶ ଜେନା, ଏଡିଓ ଏ ଶ୍ୟାମଘନ ଙ୍କ ସମେତ ଲୋଚାପଡା ଗ୍ରାମର ଯୁବ ସମାଜ ସେବୀ ମାନେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଥିଲେ।

Advertisement