ବ୍ରହ୍ମପୁର,୦୪।୧୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ବେଆଇନ ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା କାରବାର ବିରୋଧରେ ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ସ୍ଥାନୀୟ ଗୌଡ଼ା ସାହି, ବାଛୁବାରୀ ସାହି ଓ ଶଙ୍କର ବଜାରରେ ଥିବା ତିନୋଟି ଖୁଚୁରା ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ଲେବଲବିହୀନ ଗୁଟଖା ଜବତ କରି ୫ ଜଣଙ୍କୁ ଗିରଫ କରାଛି। ଏବଂ ଏହି ଗୁଟଖା କେଉଁଠାରୁ ଆସୁଥିଲା, ସେନେଇ ଅଧିକ ତଦନ୍ତ ଜାରି ରଖିଛି ।

















