Wednesday, November 4, 2026
ADVERTISEMENT
Home ଆଞ୍ଚଳିକ ଚାଷ ଜମିରେ ଚାଷୀଙ୍କ ମୃତ୍ୟୁ ବ୍ୟବଛେଦ ନିମନ୍ତେ ବଡ଼ ମେଡିକାଲ ସ୍ଥାନାନ୍ତର l

ଚାଷ ଜମିରେ ଚାଷୀଙ୍କ ମୃତ୍ୟୁ ବ୍ୟବଛେଦ ନିମନ୍ତେ ବଡ଼ ମେଡିକାଲ ସ୍ଥାନାନ୍ତର l

1
ADVERTISEMENT

କୁକୁଡାଖଣ୍ଡି,୦୪।୧୧(ଇ ରଞ୍ଜନ ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ନିକଟସ୍ଥ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ଏକ ଜମି ମଧ୍ୟରେ ଆଜି ଏକ ମୃତ ଦେହ ପଡ଼ିଥିବା ନେଇ ଗ୍ରାମବାସି ଜାଣିବାକୁ ପାଇଥିଲେ l ଏନେଇ ଦିଗପହଣ୍ଡି ଥାନା କୁ ଅଭିଯୋଗ କରିଥିଲେ ମଧ୍ୟ ଘଟଣାସ୍ଥଳ ରେ ପୁଲିସ ପହଂଚିବା ପୂର୍ବରୁ ଲୋକେ ସ୍ଥାନୀୟ ଆର.ଆଇ ଙ୍କ ଉପସ୍ଥିତ ରେ ମୂର୍ତ ଦେହ କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ l ସୂଚନା ପ୍ରକାର ରେ ଗ୍ରାମର କାଳୁ ଗୌଡ଼(୬୮) ସେ ପାଞ୍ଚ ଦିନ ଧରି ନିଖୋଜ ଥିଲେ ପରିବାର ଲୋକେ ପୋଖରୀ ହିଡ଼ଠାରୁ ପରିବାର ପରିଜନଙ୍କ ପର୍ଯ୍ୟନ୍ତ ନିଖୋଜ ବାର୍ତ୍ତା ପହଂଚିଥିଲେ ମଧ୍ୟ କାଳୁଙ୍କ ପତ୍ତା ମିଳିନଥିଲା l ଆଜି ତାଙ୍କ ମୃତ ଦେହ ଚାଷ ଜମି ରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି l ପରେ ଦିଗପହଣ୍ଡି ପୁଲିସ ପକ୍ଷରୁ ଅପ ମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଛେଦ କରାଯାଇଛି l ଏହି ମୃତ୍ୟୁ ର କେଉଁ କାରଣ ତାହା ଅସ୍ପଷ୍ଟ ଥିବା ବେଳେ ପୁଲିସ ତଦନ୍ତ କରିଛି l ଏହା ମଧ୍ୟ ଗ୍ରାମରେ ଆଲୋଚନା ହେଉଛି ବାତ୍ୟାର ପରବର୍ତୀ ସମୟରେ ସେ ଚାଷୀ ହେତୁ ଚାଷ ଜମି ପରିଦର୍ଶନ ବେଳେ ବର୍ଷାର ପ୍ରଖର ଜଳରେ ମୃତ୍ୟୁ ହୋଇଥିବା ସନ୍ଧେହ ପ୍ରକାଶ ପାଇଛି l

Advertisement