ଗଜପତି,୧୨।୧୧(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ କଇଁପୁର ଗ୍ରାମ ନିକଟ ଏକ ପୁରୁଣା ପୋଲ ତଳକୁ ଭାରସାମ୍ୟ ହରାଇ ଖସିଲା ବାଇକ୍ l ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି l ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ରାଜକୁମାର ଆପଟ ଓ ଗଣେଶ ନାୟକ l ଉଭୟ ବାଇକ ଯୋଗେ ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିଲେ।

















