Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଯୋଗିଆପଲ୍ଲୀ ହତ୍ୟାକାଣ୍ଡ: ୪ ଗିରଫ, ଦୁଇ ଖଣ୍ଡା ଓ ବାଇକ୍ ଜବତ l

ଯୋଗିଆପଲ୍ଲୀ ହତ୍ୟାକାଣ୍ଡ: ୪ ଗିରଫ, ଦୁଇ ଖଣ୍ଡା ଓ ବାଇକ୍ ଜବତ l

1
ADVERTISEMENT

କୁକୁଡାଖଣ୍ଡି,୧୨।୧୧ (ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀରେ ସନ୍ତୋଷ ପାତ୍ର ହତ୍ୟା ମାମଲାରେ ୪ ଗିରଫ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମାନେ ହେଲେ ବିରକୃଷ୍ଣଚନ୍ଦ୍ରପୁର ଗ୍ରାମର ଅଲୋକ ସାହୁ (୨୬),ପୁରୁଣାଯୋଗିଆପଲ୍ଲୀ ଗ୍ରାମ ର ରୋହିତ ଗୌଡ଼ (୨୪) ଜି ଜଗନ୍ନାଥପୁର ଗ୍ରାମର ଏମ୍. ଅଜିତ ପାତ୍ର ଓରଫ ଅରୁଣ କୁମାର ପାତ୍ର (୨୩) ଅନ୍ୟଜଣେ ଜରଡ଼ା ଥାନା ଅନ୍ତର୍ଗତ ଗୌଡ଼ ସାହିର ସୋନୁ ଗୌଡ଼ (୨୦) ଗିରଫ ହୋଇଛନ୍ତି l ଏମାନେ ଗତ ୭ ତାରିଖ ରାତିରେ ପୁରୁଣା ଯୋଗିଆପଲ୍ଲୀ ଗାଁରେ ଠାକୁରାଣୀ ଯାତ୍ରା ବେଳେ ବି.ସନ୍ତୋଷ ପାତ୍ରଙ୍କ ସହ ସୋନୁ ଗୌଡ଼ ଓ ରୋହିତ ଗୌଡ଼ଙ୍କ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବ ଶତ୍ରୁତାରୁ ଅଲୋକ ସାହୁ ମଧ୍ୟ ସନ୍ତୋଷଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ସେହି ରାତିରେ ଅଲୋକ ସାହୁ ଓ ଅଜିତ ପାତ୍ର ଦୁଇଟି ଖଣ୍ଡା ଯୋଗାଡ଼ କରି ରୋହିତ ଓ ସୋନୁଙ୍କୁ ଭେଟି ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ପରଦିନ ୮ ତାରିଖ ପୂର୍ବାହ୍ନ ରେ ସନ୍ତୋଷଙ୍କ ଘର ସାମ୍ନାରେ ରୋହିତ ଗୌଡ଼ ଓ ଅଲୋକ ସାହୁ ଖଣ୍ଡାରେ ହାଣି ଗୁରୁତର ଆହତ କରିଥିଲେ। ବଞ୍ଚାଇବାକୁ ଆସିଥିବା ବାପା ବୁଢ଼ା ପାତ୍ର ଓରଫ ତମୟା ପାତ୍ରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ନିମଖଣ୍ଡି ଥାନା କେସ୍ ନଂ ୩୫୦/୨୦୨୬ ରୁଜୁ ହୋଇ ତଦନ୍ତ ଚାଲିଥିଲା। ତଦନ୍ତ ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଦୁଇଟି ଖଣ୍ଡା ଏବଂ ନମ୍ବର ବିହୀନ ନୀଳ ରଙ୍ଗର ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ଜବତ କରିଛି। ଆଜି ସକାଳ ୧୧.୩୦ ରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ବ୍ରହ୍ମପୁର ଏସପି ଅଭିନଵ ସୋନଖର ଙ୍କ ପକ୍ଷ ରୁ ସୂଚନା ମିଳିଛି କରାଯାଇଛି।

Advertisement