ବ୍ରହ୍ମପୁର,୧୦।୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି:କୁନି ପିଲାଙ୍କ ମନର କଳା ଆଜି ମଞ୍ଚରେ ଝଲସି ଉଠିଲା। ବନ୍ଥପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୋମବାର କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ-ଅନୁଷ୍ଠିତ ହୋଇଯାଇଛି l ସକାଳୁ ସକାଳୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା। ନାଚ, ଗୀତ, ଅଭିନୟ, ଭାଷଣ,ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ ନିଜର ପ୍ରତିଭା ଦେଖାଇଥିଲେ।ଏହି ଉତ୍ସବକୁ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।ବିଧାୟକ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ, ପାଠ ସହ କଳା, ସଂସ୍କୃତି ଏବଂ ପରିବେଶ ପ୍ରତି ସଚେତନତା ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜରୁରୀ। ପ୍ରତ୍ୟେକ ପିଲା ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଛି, ସୁରଭୀ ଭଳି ମଞ୍ଚ ତାହାକୁ ଆଗକୁ ଆଣିବ। ବ୍ଲକର ୧୫୪ଟି ବିଦ୍ୟାଳୟର ପିଲାମାନେ ଏହି ମହୋତ୍ସବରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ବିଜୟୀ ପିଲାମାନେ ଆଗାମୀ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେବେ।କାର୍ଯ୍ୟକ୍ରମରେ ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ସମାଜସେବୀ ଗଣେଶ କୁମାର ବେହେରା, ରବି ନାରାୟଣ ପାଢ଼ୀ, ମୁରଲୀଧର ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୁ ଚରଣ ଗୌଡ଼, ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ସାମ୍ବାଦିକ ସାଧୁ ଚରଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



















