Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ମାଇଁ ଭାରତ ଗଞ୍ଜାମ ପକ୍ଷରୁ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ ୨୦୨୬-୨୭’ ଆୟୋଜିତ; ରାଜ୍ୟସ୍ତର...

ମାଇଁ ଭାରତ ଗଞ୍ଜାମ ପକ୍ଷରୁ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ ୨୦୨୬-୨୭’ ଆୟୋଜିତ; ରାଜ୍ୟସ୍ତର ପାଇଁ ତିନି ଜଣ ବିଜେତା ମନୋନୀତ।

1
ADVERTISEMENT

ବ୍ରହ୍ମପୁର,୧୦।୧୧(ଋଷିକେଶ ବେହେରା):-ମାଇଁ ଭାରତ ଗଞ୍ଜାମ ପକ୍ଷରୁ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ ୨୦୨୬-୨୭’ ପ୍ରତିଯୋଗିତା ବ୍ରହ୍ମପୁର ଭଞ୍ଜବିହାର ବିବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ କୁଳପତି ଡଃ ଅସୀମା ସାହୁଙ୍କ ଅନୁମତିକ୍ରମେ ସଫଳତାର ସହ ଆୟୋଜିତ ହୋଇଯାଇଛି। “ଏକ ରାଷ୍ଟ୍ର, ଏକ ନିର୍ବାଚନ”ଏହି ପ୍ରତିଯୋଗିତା ର ବିଷୟବସ୍ତୁ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଯୁବପିଢ଼ିଙ୍କୁ ନିଜର ମତାମତ ଉପସ୍ଥାପନ କରିବା, ସଂସଦୀୟ ବିତର୍କ ଦକ୍ଷତା ପ୍ରଦର୍ଶନ କରିବା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ଆଲୋଚନାରେ ଭାଗ ନେବା ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଲୋକସଭା ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ର ଗୁରୁତ୍ୱ ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଏକ ବିକଶିତ ଭାରତ ଗଠନରେ ସେମାନଙ୍କ ଅବଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଚିନ୍ମୟୀ କାନ୍ହାର, ମାଇଁ ଭାରତର ଉପନିର୍ଦ୍ଦେଶକ (ଅତିରିକ୍ତ ଦାୟିତ୍ୱ) ଅଭିଷେକ ମଣ୍ଡଳ, ମାଇଁ ଭାରତ ଗଞ୍ଜାମର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଗଣେଶ ସେଠୀ ମଞ୍ଚାସିନ ହେବା ସହ କାର୍ଯ୍ୟକ୍ରମ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଡଃ ଜ୍ଞାନରଞ୍ଜନ ମହାନ୍ତି, ସହଯୋଗୀ ପ୍ରଫେସର, ମାନବିକତା ଓ ସାମାଜିକ ବିଜ୍ଞାନ ବିଭାଗ, ପିଏମ୍‌ଇସି, ବ୍ରହ୍ମପୁର; ପ୍ରଫେସର ଅଲିତା ମିଞ୍ଜ, ସହକାରୀ ପ୍ରଫେସର, ଗୃହ ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ; ଡଃ ଅନୁଭା ଚୌଧୁରୀ, ସହକାରୀ ପ୍ରଫେସର, ଆଇଆର୍ ଆଣ୍ଡ ପିଏମ୍ ବିଭାଗ ଏବଂ ଡଃ ଶରତ ପ୍ରସାଦ ସାହୁ, ସହକାରୀ ପ୍ରଫେସର, ବାଣିଜ୍ୟ ପ୍ରଶାସନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦାୟିତ୍ୱ ତୁଲାଇଥିଲେ।ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି . ପ୍ରଥମ ପୁରସ୍କାର: ସୌମ୍ୟା ସୁଚରିତା ସାହୁ। ଦ୍ୱିତୀୟ ପୁରସ୍କାର: ଧବଳେଶ୍ୱର ରେଡ୍ଡୀ। ତୃତୀୟ ପୁରସ୍କାର: ପ୍ରତ୍ୟୁଷା ରଥ।ଏହି ତିନିଜଣ ବିଜେତା ଆଗାମୀ ରାଜ୍ୟସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ’ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବା ସହ ରାଜ୍ୟସ୍ତରରେ ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଆଗାମୀ ନଭେମ୍ବର ୧୭ ରୁ ଡିସେମ୍ବର ୭, ୨୦୨୬ ମଧ୍ୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି।ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ସାହୁ ସଂଚାଳନ କରିଥିବାବେଳେ ମାଇଁ ଭାରତ ଗଞ୍ଜାମର କାର୍ଯ୍ୟକ୍ରମ ସହାୟିକା ମିସ୍ ନିରୁପମା ଦଳାଇ ଏବଂ ହିସାବ ସହାୟିକା ମିସ୍ ଡି. ବିଷ୍ଣୁପ୍ରିୟା ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ ଓ ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ।ଏହି ଆୟୋଜନକୁ ସଫଳ କରିବାରେ ମାଇଁ ଭାରତ ଗଞ୍ଜାମର ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ବିଶେଷ ଭାବେ ପ୍ରଶଂସନୀୟ ଥିଲା। ସେମାନଙ୍କ ମଧ୍ୟରେ ସ୍ନେହରାଣୀ ପାଣିଗ୍ରାହୀ, ଚିତ୍ରସେନ ଗୋଛାୟତ, ଡି. ଲୋକନାଥ ପାତ୍ର, ଅରୁଣ ଜେନା, କାହ୍ନୁ ଚରଣ ଜେନା, ଲକ୍ଷ୍ମୀ ନରସିଂହ ପାତ୍ର, ଚିନ୍ମୟ ଭୂୟାଁ, ନିବେଦିତା ପ୍ରଧାନ, ଇଜିନା ନାଟୁଆ, ବାପୁ ସ୍ୱାଇଁ, କେ. ଲଛିମି ଦୋରା, ପ୍ରିୟଙ୍କା ଦଳାଇ, ସୂର୍ଯ୍ୟକାନ୍ତ ମହାପାତ୍ର, ସଞ୍ଚିତା ପ୍ରିୟଦର୍ଶିନୀ, ସ୍ନେହରାଣୀ ସାମଲ, ତୃପ୍ତିମୟୀ ବେହେରା, ଭାବଗ୍ରାହୀ ଭୂୟାଁ, ଚନ୍ଦନ କୁମାର ସ୍ୱାଇଁ, ଶ୍ୱେତାଂଶୁ ପାଣିଗ୍ରାହୀ, ହିମାଂଶୁ ଶେଖର ତ୍ରିପାଠୀ, ଶିବ କୁମାର ରଥ, କାହ୍ନୁ ଚରଣ ଖଟେଇ, ତୁଳସା କୁମାର ସାହୁ, ପ୍ରଶାନ୍ତ କୁମାର ପ୍ରଧାନ ଏବଂ ଏସ୍. ସୁନୀଲ କୁମାର ଦୋରା ପ୍ରମୁଖ ଥିଲେ।ଯୁବ ନେତୃତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବକ୍ତୃତା ଦକ୍ଷତା ଏବଂ ରାଷ୍ଟ୍ର ନିର୍ମାଣର ମହତ୍ତ୍ୱକୁ ପ୍ରତିପାଦିତ କରି ଏହି କାର୍ଯ୍ୟକ୍ରମ ଏକ ପ୍ରେରଣାଦାୟକ ପରିବେଶରେ ସମାପ୍ତ ହୋଇଥିଲା।‘ବିକଶିତ ଭାରତ ଯୁବ ସଂସଦ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମାଇଁ ଭାରତ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ନାଗରିକ, ଦକ୍ଷ ନେତୃତ୍ୱ ଏବଂ ଭାରତର ବିକାଶ ଯାତ୍ରାର ସକ୍ରିୟ ଅଂଶୀଦାର ଭାବେ ଗଢ଼ି ତୋଳିବାର ପ୍ରୟାସ ଜାରି ରଖିଛି। ଏହା ଦ୍ୱାରା ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର କରିବା ଦିଗରେ ଯୁବପିଢ଼ିଙ୍କ ଭୂମିକା ଆହୁରି ସୁଦୃଢ଼ ହେବ।

Advertisement