ନୂଆଦିଲ୍ଲୀ,୨୩।୩(ଡ଼ିଏଚ): ଭାରତରେ କୋଭିଡ-୧୯ ମାମଲା ୩୫୯କୁ ବୃଦ୍ଧି ପାଇଛି। ଏଥିରେ ୪୧ ଜଣ ବିଦେଶୀ ନାଗରିକ ଅଛନ୍ତି। ମୋଟ୍ ରୋଗୀଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫ଲକ୍ଷ ୧୭ ହଜାର ଲୋକଙ୍କର ଯାଞ୍ଚ କରାଯାଇଛି।




















