ଜମ୍ମୁକାଶ୍ମୀରକୁ ନେଇ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ, ଘୋଷଣା ହୋଇପାରେ ବଡ ପ୍ୟାକେଜ

728
ADVERTISEMENT

ନୂଆଦିଲ୍ଲୀ,୨୮/୮(ରବି ଦାସ ) : କାଶ୍ମୀରରୁ ଅନୁଛେଦ ୩୭୦ ହଟାଇବା ପରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। କୁହାଯାଉଛି ଜମ୍ମୁକାଶ୍ମୀରରେ ସ୍ଥିତି ସାମାନ୍ୟ କରିବାକୁ ଏହି ବୈଠକରେ ଆଲୋଚନା ହୋଇପାରେ । କିଭଳି ସ୍ଥିତି ସାମାନ୍ୟ କରାଯିବ ଓ ଜାମ୍ମୁ କାଶ୍ମୀରର ବିକାଶ କରାଯାଇପାରିବ ସେଥିପାଇଁ କିଛି ବଡ ପ୍ୟାକେଜ ମଧ୍ୟ ଘୋଷଣା ହୋଇପାରେ । କ୍ୟାବିନେଟ ବୈଠକରେ ଜାମ୍ମୁ କାଶ୍ମୀରର ଆର୍ଥିକ ବିକାଶ ମାଧ୍ୟମରେ ସ୍ଥିରତା ଆଣିବାକୁ ସରକାର ଯୋଜନା କରିପାରନ୍ତି । ଏହା ଛଡା ଜାମ୍ମୁ କାଶ୍ମୀରରେ ନୂଆ ପ୍ରକଳ୍ପ ପରିଯୋଜନା ମାଧ୍ୟମରେ ରାଜ୍ୟର ଯୁବ ବର୍ଗଙ୍କୁ ରୋଜଗାର ଦେବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ସରକାର ରୋଜଗାର ଓ ଭିତ୍ତିଭୂମି ନିର୍ମାଣ କରି ନୂଆ ଜାମ୍ମୁ କାଶ୍ମୀରର ଅୟମାରମ୍ଭ କରିବାକୁ ଚାଁହୁଥିବାରୁ ଆଜିର କ୍ୟାବିନେଟ ବୈଠକ ବହୁ ଗୁରୁତ୍ୱ ରଖୁଛି । ବିଶେଷ କରି କେନ୍ଦ୍ର ସରକାରଙ୍କ ପ୍ରତିନିଧି ମଣ୍ଡଳ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସେଠାରେ କଣ ସବୁ ବିକାଶ କରାଯାଇପାରିବ ସେ ବାବଦରେ ଅନୁଧ୍ୟାନ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର କିଛି ନୂଆ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

Advertisement