ଆଲିଗଡ଼ଠାରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା , ସମସ୍ତ ଯାତ୍ରୀ ସୁରକ୍ଷିତ

231
ADVERTISEMENT

ଉତ୍ତରପ୍ରଦେଶ,୨୭/୮(ଏଜେନସି) : ଉତ୍ତରପ୍ରଦେଶର ଅଲୀଗଡ଼ରେ ଚାର୍ଟଡ କମ୍ପାନୀର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଧନୀପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଏକ ବିଦ୍ୟୁତ୍‌ ତାର ସହ ବିମାନଟି ଛନ୍ଦି ହୋଇଯାଇଥିବାରୁ ତଳେ ପଡ଼ିଯାଇଥିଲା। ଏହାପରେ ଉକ୍ତ ବିମାନଟିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ବିମାନରେ ଥିବା ସମସ୍ତ ୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ବିମାନରେ ଥିବା ୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Advertisement