ନୂଆଦିଲ୍ଲୀ,୨୬।୦୮(ଡ଼ି.ଏଚ ବ୍ୟୁରୋ):-ତେଲେଙ୍ଗାନାର ସୂର୍ଯ୍ୟାପେଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଦ୍ରାବାଦ-ବିଜୟୱାଡ଼ା ଜାତୀୟ ରାଜପଥରେ ଲୁହା ରଡ୍ ବୋଝେଇ କଣ୍ଟେନର୍ ର ପଛପଟୁ ଧକ୍କା ଦେଲା ଘରୋଇ ଟ୍ରାଭେଲ୍ସ ବସ୍ l ଫଳରେ ବସ୍ ରେ ଥିବା ୫ ଜଣଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତି ।ବସଟି ୪୨ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଅଭିମୁଖେ ଯାଉଥିଲା।





















