କୁକୁଡାଖଣ୍ଡି,୦୯/୧୦(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକରେ ଆଜି କଂଗ୍ରେସ ଓ ବାମପନ୍ଥୀ ସିପିଏମ୍ ମିଳିତ ଭାବେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି ବନ୍ଦ ପାଳନ କରିଛନ୍ତି। ଏହି ବନ୍ଦ ଡାକରା ଯୋଗୁଁ କୁକୁଡାଖଣ୍ଡି ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିଛି। ବନ୍ଦ ପାଳନକାରୀ କଂଗ୍ରେସର ୨ ଗୋଷ୍ଠୀ ମଧ୍ୟରୁ ଗୋଟିଏ ପକ୍ଷରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାକା ସୁଜିତ, ସିପିଆଇଏମ୍ ନେତା ବିଦ୍ୟାଧର ଜେନା ଓ ସିପିଏମ୍ କର୍ମୀମାନେ ଥିବା ବେଳେ, ଅନ୍ୟ ପକ୍ଷରେ କଂଗ୍ରେସର କୁକୁଡାଖଣ୍ଡି ବ୍ଲକ ସଭାପତି ପ୍ରଶାନ୍ତ କୁମାର ପାଣି, ଜିଲ୍ଲା ଉପ-ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ବୃନ୍ଦାବନ ଖୋଟେଇ ପ୍ରମୁଖ ୨ଟି ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ କୁକୁଡାଖଣ୍ଡି ଅଞ୍ଚଳର ବିଭିନ୍ନ ସରକାରୀ ଏବଂ ବ୍ୟାଙ୍କ କାର୍ଯ୍ୟାଳୟରେ ପହଞ୍ଚି ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ସେମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଶୈଳୀ ପକ୍ଷପାତପୂର୍ଣ୍ଣ ଏସଆଇଆର ଭୋଟର ତାଲିକା ରେ ଭୋଟର ଲିଷ୍ଟ କୁ ନିଜ ଇଚ୍ଛା ମୁତାବକ କାଟି ଦିଆଯାଇଥିବା ଅଭିଯୋଗ ସହ ଅଧିକାରୀ ଜଣକ କେନ୍ଦ୍ର ସରକାରଙ୍କ ନିକଟତର ବନ୍ଧୁ ଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ସହ ରାଜ୍ୟର ଏମଏମଡିଆର ଆଇନକୁ ହାତ କୁ ନେଇ ବେଆଇନ ଭାବେ ଖଣିଜ ପଦ୍ଧାର୍ଥ ଲୁଟ ଭଳି ଆଇନ କୁ ପ୍ରତାହାର କରିବା ପାଇଁ ଦାବି କରିଥିବା ବେଳେ, ରାଜ୍ୟର ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତ୍ରୁଟିପୂର୍ଣ୍ଣ ବହି ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେଉଥିବାରୁ ଶ୍ରୀ ଗଣ୍ଡଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି। ଗ୍ରସ୍ତବେଳେ ମସିହାଖାଲି ପୂର୍ବତନ ସରପଞ୍ଚ ମନୋଜ ସେଠୀ, ଆଙ୍କୁଶପୁର ପୂର୍ବତନ ସରପଞ୍ଚ ନାଗେଶ୍ୱର,ରାଜେନ୍ଦ୍ର ବିଷୋୟୀ, ସାତପଣ୍ଡିଆ ର ଯୁବ ନେତା ଲବ ପ୍ରଧାନ, ସୁନୀଲ ରେଡ୍ଡୀ, ରାଜେନ୍ଦ୍ର ରେଡ୍ଡୀ, କୈଳାଶ ବରଡ଼, ଶିବାନନ୍ଦ ଭୂୟାଁ, ସୁଜିତ ପ୍ରଧାନ ଙ୍କ ସମେତ ସୁଜିତଙ୍କ ବହୁ ମହିଳା ଓ ପୁରୁଷ ସିପିଆଇଏମ ଓ କଂଗ୍ରେସ ର ସମର୍ଥକ ଉପସ୍ଥିତ ଥିଲେ l



















