କୁକୁଡ଼ାଖଣ୍ଡି:୦୭/୧୦(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ ଠାରେ ଥିବା ଜରା ନିବାସ ବୃଦ୍ଧାଶ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସେବା ସଂକଳ୍ପ ଅଭିଯାନ-୨୦୨୬ “ଜନସେବାରୁ ରାଷ୍ଟ୍ରସେବା” ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ଦିଗପହଣ୍ଡି ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର ବୃଦ୍ଧାଶ୍ରମ ଗସ୍ତ କରି ଅନ୍ତେବାସୀଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ଆବଶ୍ୟକ ମୌଳିକ ସୁବିଧା ବିଷୟରେ ପଚାରି ବୁଝିଥିଲେ। ଶେଷରେ ଫଳ ବଣ୍ଟନ କରି ପ୍ରଧାନମନ୍ତ୍ରୀଙ୍କ ଆରୋଗ୍ୟ କାମନା ନିମନ୍ତେ ବୃଦ୍ଧମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ l ଏହାପରେ ଆଶ୍ରମ ପରିସରରେ ଅମ୍ଳଜାନ ଯୋଗାଉଥିବା ବୃକ୍ଷ ରୋପଣ କରି ଆଶ୍ରମ କର୍ତ୍ତୃପକ୍ଷଙ୍କୁ ବୃକ୍ଷର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।

ପରେ ଲାଞ୍ଜିଆ ଅନ୍ତର୍ଗତ କୁମ୍ଭଝରୀ ଏବଂ ଟିକରପଡାରେ ସ୍ୱଚ୍ଛ ଭାରତ ଅଭିଯାନ ସହ ହନୁମାନ ଚାଳିଶା ପାଠରେ ଯୋଗଦାନ କରିଥିଲେ। ଏହି ଗସ୍ତ ବେଳେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସମାଜସେବୀ ଉଦୟ ବେହେରା, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ,କୈଳାଶ ବିଷୋୟୀ,ବାଲିପଡା ମଣ୍ଡଳ ସଭାପତି ଲଳିତ ବିଷୋୟୀ, କୁରା ଗୌଡ଼, ଗୌତମ ମହାରଣା, ସୁନୀଲ ପାତ୍ର,ସାଗର ପାତ୍ର, ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



















