କୁକୁଡ଼ାଖଣ୍ଡି:୦୭/୧୦(ଇ ରଞ୍ଜନ):-ବ୍ରହ୍ମପୁର ନେହୁରୁ ନଗର ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଅନୁସୂଚିତ ମୋର୍ଚା ନୂତନ କର୍ମକର୍ତ୍ତାଙ୍କ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁସୂଚିତ ମୋର୍ଚା ସଭାପତି କୀର୍ତ୍ତନ ଦାସଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଏବଂ ମୁଖ୍ୟ ବକ୍ତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ସାମନ୍ତରା, ସଂମ୍ମାନିତ ଅତିଥି ରାଜ୍ୟ ଅନୁସୂଚିତ ମୋର୍ଚା ଉପସଭାପତି ବନମାଳୀ ସେଠୀ,ଜିଲ୍ଲା ବିଜେପି କୋଷାଧକ୍ଷ ତଥା ବ୍ରହ୍ମପୁର ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ନାୟକ,ବିଜେପି ର ବରିଷ୍ଠ ନେତା ଅଶୋକ କୁମାର ନିମାଇଁ,ସମେତ ବହୁ , ବିଜେପି ଏସସି ମୋର୍ଚ୍ଚା କାର୍ଯ୍ୟକର୍ତା ଙ୍କ ଉପସ୍ଥିତ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠି ଅଞ୍ଚଳର ଯୁବ ନେତା ତଥା ବିଜେପି ଜିଲ୍ଲା ଅନୁସୂଚିତ ମୋର୍ଚା ଉପ ସଭାପତି ସୁଶାନ୍ତ କୁମାର ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଧାନ କରି ସମସ୍ତ ଅତିଥି ଗହଣ ରେ ସଂମ୍ମାନିତ କରିଥିଲେ । ଏଥିରେ ଅନ୍ୟ ମାନଂକୁ ମଧ୍ୟ ସଂମ୍ମାନିତ କରାଯାଇଛି ସେଥିମଧ୍ୟ ସେକ୍ରେଟାରୀ ମନୋଜ କୁମାର ସେଠୀ,ବିମ୍ବାଧର ବେହେରା, ଉପ ସଭାପତି ମଧୁ ସେଠୀ, କେ. ରବି, ରାଜେନ୍ଦ୍ର କୁମାର ଦାସ,ସରୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l



















