ନୂଆଦିଲ୍ଲୀ,୧୯|୦୭(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ଶୀର୍ଷ ନେତା ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଢାଯାଇଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦଳର ବ୍ୟାଙ୍କ ଆକାଉଣ୍ଟ ଏବଂ ଆର୍ଥିକ କାରବାର ଉପରେ କଡ଼ାକଡ଼ି କରିଛି। ଫଳରେ ଦଳୀୟ କର୍ମୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଘଟଣାସ୍ଥଳେ ଭିଡ଼ ହୋଇଥିଲା, ଯାହା ଫଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।




















