ନୂଆଦିଲ୍ଲୀ,୦୯।୦୭(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ। ଇରାନ ର ପ୍ରାୟ ୮୦ଟି ସାମରିକସ୍ଥଳୀ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରି ଥିବାବେଳେ ଏହାର ଜବାବରେ କୁଏତ ଓ ବାହାରିନରେ ଆମେରିକାର ୮୫ ସେନା ଘାଟି ଉପରେ ମିସାଇଲ୍ ଓ ଡ୍ରୋନ ମାଡ଼ କରିଛି ଇରାନ। ଫଳରେ ହର୍ମୋଜ୍ ପ୍ରଣାଳୀ ଉପରେ ବିପଦ ବଢ଼ିଛି। ଏବଂ ବିଶ୍ୱବ୍ୟାପୀ ପୁଣି ତୈଳ ଓ ଗ୍ୟାସ ସଙ୍କଟ ଘନେଇବା ଆଶଙ୍କା ଉପୁଜିଛି।




















