ନୂଆଦିଲ୍ଲୀ,୨୭|୦୬(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଘଟିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଏବେସୁଦ୍ଧା ୯୨୦ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏବଂ ୫୦ ହଜାରରୁ ଅଧିକ ନାଗରିକ ଆହତ ହୋଇଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏବଂ ଭଗ୍ନାବଶେଷ ତଳୁ ଲୋକଙ୍କୁ ମୃତାହତ ଅବସ୍ଥାରେ ବାହାର କରାଯାଉଛି ।





















