ରାଉରକେଲା,୨୧।୦୪(ଡ଼ି.ଏଚ ବ୍ୟୁରୋ):-ଆଜି ଦିନିକିଆ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯାଇ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏବଂ ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍ ଉଦ୍ ଘାଟନ କରିବେ ।ଏହାପରେ ରାଉରକେଲା ୱାନ୍ ପରିସରକୁ ଆସି ଜନଜାତି ସଂଗ୍ରହାଳୟ ଉଦ୍ ଘାଟନ କରିବେ । ଏଥିରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରମା ଓ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।






















