ରାଉରକେଲା ,୦୬।୦୮(ଡ଼ି.ଏଚ ବ୍ୟୁରୋ):-ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିଲାମ ହୋଇଥିବା ଦୁଇଟି ଟ୍ରକ୍ର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପ୍ରଦାନ କରିବା ଲାଗି ୨୬,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଆରଟିଓ ଅଫିସ୍ ର ଦୁଇ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଡିଲିଂ କ୍ଲର୍କ-ତଥା-ନାଇଟ୍ ୱାଚର୍ ନିରଞ୍ଜନ ସଣ୍ଢ ଏବଂ ଆଇଟି ଏକ୍ସିକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରା।


















