ଢେଙ୍କାନାଳ,୦୪/୧(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ପଥର ଖାଦାନ ଦୁର୍ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ପୋରଣ ପାଇଁ ଡିନାମାଇଟ୍ ଖଞ୍ଜିବାକୁ ବଡ଼ ବଡ଼ ପଥରରେ ଡ୍ରିଲ କରୁଥିବା ବେଳେ ଉପରୁ ବଡ ବଡ ପଥର ଖସି ପଡିଥିଲା। ଏବଂ ସ୍ଥାନୀୟ ଗୋପାଳପୁର ଗାଁର ଦୁଇ ଜଣ ଶ୍ରମିକ ଗତ କାଲିଠାରୁ ଘରକୁ ଫେରିନାହାନ୍ତି ।





















