Saturday, August 15, 2026
ADVERTISEMENT
Home ଆଞ୍ଚଳିକ ପୁରୀରେ ମାର୍ଚ୍ଚ ୧୪ରେ ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମର ସଫଳତା ପାଇଁ ମହାପ୍ରଭୁ...

ପୁରୀରେ ମାର୍ଚ୍ଚ ୧୪ରେ ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମର ସଫଳତା ପାଇଁ ମହାପ୍ରଭୁ ଙ୍କୁ ନିମନ୍ତ୍ରଣ l

32
ADVERTISEMENT

ପୁରୀ,୧୧/୩(ଲିପିକା ରାଣୀ ରାଉତ):-ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆସନ୍ତା ୧୪ ମାର୍ଚ୍ଚରେ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଓ ପ୍ରାର୍ଥନା କରାଯାଇଛି ।ଏହି କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ବେଦ ଓ କର୍ମ କାଣ୍ଡ ମହାବିଦ୍ୟାଳୟର ମିଳିତ ସହଯୋଗ ରେ ଅନୁଷ୍ଠିତ ହେବ । ମହାପ୍ରଭୁ ଙ୍କ ସୌରଭ ଜଗତ ରେ କିପରି ଚାରିଆଡେ ବାସିବ ତା ପାଇଁ ପ୍ରସ୍ତୁତ କରାଯାଇ ଥିବା ଓଡ଼ିଆ “ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ” ର ଲୋକାର୍ପଣ ସମ୍ମାନୀୟ ଅତିଥି ମାନଙ୍କ ର ଦ୍ୱାରା କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧାବଲ୍ଲଭ ମଠ ପୁରୀ, ଶ୍ରୀ ବିଶ୍ୱନାଥ ସାମନ୍ତରାୟ ସଭାପତି ବଡୁ ସୁଆର ନିଯୋଗ, ଶ୍ରୀଯୁକ୍ତ ବିଜୟ କୁମାର ଦାସ ରାଜ୍ୟ ସରକାର ଙ୍କ ପ୍ରସାଶନିକ ଅଧିକାରୀ, ଶ୍ରୀଯୁକ୍ତ ଶତ୍ରୁଘ୍ନ ପାଣିଗ୍ରାହୀ କୁଳପତି ଓଡ଼ିଆ ୟୁନିଭେର୍ସିଟି ସାକ୍ଷୀଗୋପାଳ, ଡ଼ ହରପ୍ରିୟା ଦାସ ପ୍ରିନସିପାଲ,ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ, ଓ ଡ଼ ସୁରେନ୍ଦ୍ର ସେନାପତି ବିଭାଗୀୟ ମୁଖ୍ୟ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ କଟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି,ଏହି କାର୍ଯ୍ୟକ୍ରମ ଉପଦେଷ୍ଟା ଅଧ୍ୟପକ ତଥା ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀ ଉମାନାଥ ମିଶ୍ର, ସଭାପତି ଡ଼ ନାରାୟଣ ମହାପାତ୍ର ଓ ପୁରୀ ଭକ୍ତ ସମାଜର ସମ୍ପାଦକ ଡ଼ ଶଶିକାନ୍ତ ରଥ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେବ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ସମସ୍ତଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ସର୍ବଦା ସହଯୋଗ କରିବାକୁ ଆଶା ଓ କାମନା ରଖିବ l

Advertisement