ବ୍ରହ୍ମପୁର,୧୨।୦୩(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶାରୁ ତାମିଲନାଡୁକୁ ବେଆଇନ୍ ଭାବେ ଗଞ୍ଜେଇ ଚାଲାଣ ବେଳେ ଜାତୀୟ ରାଜପଥରେ ଚଢାଉ କଲା ବ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗ l ଏହି ଚଢାଉରେ ୧୧୧ କେଜି ଓଜନର ଗଞ୍ଜେଇ ଜବତ ହୋଇଥିବାବେଳେ ଦୁଇଟି କାର୍, ଗୋଟି ମୋଟର ସାଇକେଲ,ଓ କଣ୍ଟେନର ମଧ୍ୟ ଜବତ ହୋଇଛି । ଏହାସହ ୪ଟି ମୋବାଇଲ ସହ ୫ ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
















