କୁକୁଡାଖଣ୍ଡି,୧୨।୦୩(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଂଚାୟତ ଅନ୍ତର୍ଗତ ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ଚଳିତବର୍ଷ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୮ ତାରିଖ ରୁ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ରେ ସମାପନ ହେବ ବୋଲି ଜଣା ପଡିଛି | ପ୍ରଥମ ଦିନ ରେ ଦୀକ୍ଷା ଗ୍ରହଣ, ଅଙ୍କୁରା ରୋପଣ ହୋଇଥିବା ବେଳେ ଜଳ ଯାତ୍ରା, ସୂର୍ଯ୍ୟ ପୂଜା ଇତ୍ୟାଦି ହୋଇଥିବା ବେଳେ ବିଭିନ୍ନ ପୂଜା କର୍ମ କରିବା ସହ ବିଗ୍ରହ ପ୍ରତିଷ୍ଠା କରି ନୂତନ ମନ୍ଦିର କୁ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଆଗମନ କରାଯାଇଥିଲା l ଗ୍ରାମରେ ୨୪ପ୍ରହର ନାମ ସଂକୀର୍ତନ କରି ଗ୍ରାମ ରେ ଭକ୍ତିମେୟ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି ଗ୍ରାମବାସି ଏବଂ ପୂଜା କମିଟି ଏହା ସହ ଅର୍ଣ୍ଣଭଜନ ଓ ୨ ଟି ପୌରାଣିକ ରାମାୟଣ ନାଟକ କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ରହିଛି l

ଗ୍ରାମବାସି ଏବଂ ପୂଜା କମିଟିର ଅନୁରୋଧ କ୍ରମେ କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର,ସମାଜସେବୀ ଉଦୟ ବେହେରା, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ସମାଜ ସେବୀ ବୀରେନ୍ଦ୍ର ଗୌଡ଼,ଙ୍କ ସମେତ ନଣ୍ଡା ଗୌଡ଼,ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମନ୍ଦିରର ନୀତିକାନ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ପୁରହିତ କାଳୁଚରଣ ଶତପଥୀଙ୍କ ହସ୍ତକ୍ଷେପ ରେ ସମାପନ ହୋଇଯାଇଛି l ଏହି ଯାତ୍ରା ରେ ମୀନା ବଜ଼ାର ର ଚଳପ୍ରଚଳ ରହିଥିବା ବେଳେ ଦିଗପହଣ୍ଡି ପୁଲିସ ଶାନ୍ତି ଶୃଙ୍ଖଳା ରେ ଯାତ୍ରା ପରିଚାଳନା ହୋଇଯାଇଛି l
















