ନୂଆଦିଲ୍ଲୀ,୦୫/୧୧(ଡ଼ି.ଏଚ ବ୍ୟୁରୋ):-ଛତିଶଗଡ଼ ବିଳାସପୁରରେ ମାଲବାହୀ ଟ୍ରେନ୍ ଉପରେ ପାସେଞ୍ଜର ଟ୍ରେନ୍ ଚଢ଼ିଯିବା ଫଳରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଅନେକ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି ଭାରତୀୟ ରେଲଓ୍ବେ ପକ୍ଷରୁ ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା o ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି।





















