ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି।

70
ADVERTISEMENT

ନୂଆଦିଲ୍ଲୀ,୨୪/୯(ଡ଼ି.ଏଚ ବ୍ୟୁରୋ):- ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନଭବନଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛିl

ସେହିଭଳି ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Advertisement