ନୂଆଦିଲ୍ଲୀ,୧୩/୯(ଡ଼ି.ଏଚ ବ୍ୟୁରୋ):-କର୍ଣ୍ଣାଟକର ହସନ ଜିଲା ଅନ୍ତର୍ଗତ ହୋସାଲି ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବାବେଳେ ଲୋକଙ୍କ ଉପରେ ମାଡି ଗଲା ଟ୍ରକ l ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଶୋଭାଯାତ୍ରା ଆଡକୁ ମାଡି ଆସିଥିଲା। ଏବଂ ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର କୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।



















