ନୂଆଦିଲ୍ଲୀ,୧୨/୦୯(ଡ଼ି.ଏଚ ବ୍ୟୁରୋ):-ରାଷ୍ଟ୍ରପତି ଭବନରେ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସି.ପି ରାଧାକୃଷ୍ଣନ । ଏହି ଶପଥ ଗ୍ରହଣ ସମାରୋହ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସି.ପି ରାଧାକୃଷ୍ଣନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇ ଥିବାବେଳେ ଏଥିରେ ଏନଡିଏର ବରିଷ୍ଠ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ ।



















