ନୂଆଦିଲ୍ଲୀ,o୬/୯(ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନର ଜୟପୁରରେ ୪ ମହଲା କୋଠା ଭୁଶୁଡି ଦୁଇଜଣଙ୍କର ମୃତ୍ୟୁ । ଅନ୍ୟ ୫ ଜଣଙ୍କୁ ଆହତ ଅବସ୍ଥାରେ SMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା ଭୁଶୁଡି ୭ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ବାପା ଏବଂ ଝିଅଙ୍କର ମୃତ୍ୟୁ ହୋଇଛି। ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଛି।



















