ନୂଆଦିଲ୍ଲୀ,୨୭/୮(ଡ଼ି.ଏଚ ବ୍ୟୁରୋ):-ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଘଟି ୧୦ ଜଣଙ୍କର ପ୍ରାଣହାନି ଘଟିଛି। କଟରାସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନରେ ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏବଂ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି।





















