ନୂଆଦିଲ୍ଲୀ,୧୫/୬(ଡ଼ି.ଏଚ ବ୍ୟୁରୋ):-ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଗୌରୀକୁଣ୍ଡ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ପାଇଲଟ୍ ସମେତ ୭ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଉକ୍ତ ହେଲିକପ୍ଟର ଟି ୬ ଜଣ ଭକ୍ତଙ୍କୁ ନେଇ କେଦାରନାଥ ହେଲିପ୍ୟାଡ୍ରୁ ଗୁପ୍ତକାଶୀ ହେଲିପ୍ୟାଡ୍କୁ ଉଡ଼ାଣ କରିଥିଲା |ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ।





















