ନୂଆଦିଲ୍ଲୀ,୨୭/୪(ଡି.ଏଚ ବ୍ୟୁରୋ):-ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମଶଃ ତୀବ୍ର ହେବାରେ ଲାଗିଲାଣି । ଋଷିଆ ୟୁକ୍ରେନର ନୂଆନୂଆ ଅଞ୍ଚଳ ଉପରେ ଆକ୍ରମଣ କରୁଥିବା ବେଳେ ଏହିକ୍ରମରେ ୟୁକ୍ରେନ ମଧ୍ୟ ଋଷିଆର ବ୍ରିୟାଂସ୍କ ସହର ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ଋଷିଆର ବ୍ରିୟାଂସ୍କ ସହରରେ ଥିବା ଏକ ସରକାରୀ ତୈଳ ଡିପୋରେ ନିଆଁ ଲାଗିଯାଇଥିବା ସୂଚନା ।




















