ନୂଆଦିଲ୍ଲୀ,୧୮/୪(ଡି.ଏଚ ବ୍ୟୁରୋ):-ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁଁ ଉପୁଜିଥିବା ସଙ୍କଟ ବିଶ୍ବ ର ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ ବୋଲି ଜାତିସଂଘର ସତର୍କ ସୂଚନା । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ୟୁକ୍ରେନ୍ ସଙ୍କଟ ଖାଦ୍ୟଶସ୍ୟ ରପ୍ତାନି ଅବରୋଧ କରିବା ସହ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଉଛି।


















