ନୂଆଦିଲ୍ଲୀ,୩୦/୧୧ (ଡ଼ି.ଏଚ ବ୍ୟୁରୋ):-କରୋନା ଭୂତାଣୁର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂଚନା । ଓମିକ୍ରନ୍’ ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହା ଖୁବ୍ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି । ଆଜି ସୁଦ୍ଧା ଏହା ବିଶ୍ବର ୧୬ଟି ଦେଶକୁ ବ୍ୟାପିଲାଣି। ଦେଶମାନଙ୍କ ମଧ୍ୟରୁ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍, ସ୍ବିଜରଲାଣ୍ଡ୍, ଚେକ୍ ଗଣତନ୍ତ୍ର ଏବଂ ବ୍ରିଟେନ୍। ସେପଟେ ଓମିକ୍ରନରେ ପ୍ରଭାବିତ ଆଫ୍ରିକୀୟ ଦେଶଙ୍କୁ ସହାୟତାର ହାତ ବଢାଇଲା ଭାରତ ।





















