ୟୁପି ମଉରେ ମର୍ମନ୍ତୁଦ ଦୁର୍ଘଟଣା: ଓଲଟିଲା କାର, ୩ ଶିଶୁଙ୍କ ସମେତ ୫ ମୃତ

90
ADVERTISEMENT

ଉତ୍ତରପ୍ରଦେଶ,୦୮/୮(ଡ଼ି.ଏଚ/ବ୍ୟୁରୋ): ୟପି ମଉ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ରହିଥିଲେ । ତେବେ ଏଥିରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଦୋରିଘାଟ ପୋଲିସ ଷ୍ଟେସନ ଅଞ୍ଚଳର ସୋନବର୍ସା ଗ୍ରାମ ନିକଟ ରାସ୍ତା କଡ଼ରେ ଅଟକି ରହିବା ପରେ ଏକ କାର ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ତିନିଜଣ ନିରୀହ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଆହତ ହୋଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସମୟରେ ମୃତ ବ୍ୟକ୍ତି ମାଧୁବାନରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ସ୍ଥାନକୁ ଯାଉଥିଲେ । ମୃତ ବ୍ୟକ୍ତି ଗୋରଖପୁରର ଚୌରୀ ଚୌରା ପୋଲିସ ଷ୍ଟେସନ ଅଞ୍ଚଳର ଫୁଲୱରିଆ ଗାଁର ଥିଲେ ।

Advertisement