Friday, November 6, 2026
ADVERTISEMENT
Home ଜାତୀୟ କର୍ନାଟକରେ ୧୪ ଦିନିଆ କର୍ଫ୍ୟୁ

କର୍ନାଟକରେ ୧୪ ଦିନିଆ କର୍ଫ୍ୟୁ

506
ADVERTISEMENT

ବେଙ୍ଗାଲୁରୁ,୨୬/୦୪(ଡ଼ି.ଏଚ/ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି। ଦୈନିକ ସଂକ୍ରମଣ ସାଢ଼େ ୩ ଲକ୍ଷ ଅତିକ୍ରମ କରିଛି। ଫଳରେ ବିଭିନ୍ନ ରାଜ୍ୟରେ ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ ଏବଂ ରେମଡେସିଭର ଇଞ୍ଜେକ୍ସନର ଅଭାବ ଦେଖାଦେଇଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଉପରେ ନିର୍ଭର କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ନାଟକ ସରକାର ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି।

ଆସନ୍ତା ମଙ୍ଗଳବାର ରାତି ୯ଟାରୁ ୧୪ ଦିନ ପାଇଁ ରାଜ୍ୟବ୍ୟାପୀ କର୍ଫ୍ୟୁ ବା ଲକଡାଉନ ଲାଗୁ କରାଯିବ। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ବି. ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି। ତେବେ ଏହି ୧୪ ଦିନ ମଧ୍ୟରେ ଜରୁରୀ ସେବାଗୁଡ଼ିକ ଜାରି ରହିବ। ଜରୁରୀ ସେବା ବାଦ୍‌ ଅନ୍ୟ ସମସ୍ତ ସେବା ବନ୍ଦ ରହିବ। କିରାନା ଦୋକାନ, ଦୁଗ୍ଧ ଏବଂ ପରିବା ଦୋକାନ କେବଳ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ଖୋଲା ରହିବ। ସର୍ବସାଧାରଣ ପରିବହନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement