ଦେଶରେ ଦିନକରେ ୨.୯୫ ଲକ୍ଷ ନୂଆ ସଂକ୍ରମିତ

200
ADVERTISEMENT

ନୂଆଦିଲ୍ଲୀ,୨୧/୦୪(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୯୫ ଲକ୍ଷ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୨୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୮୨,୫୫୩କୁ ବୃଦ୍ଧିପାଇଛି। ଦେଶରେ ୧,୩୨,୭୬,୦୩୯ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧,୫୭,୫୩୮ ରହିଛି। ଦେଶରେ ଏପର୍ଯ୍ୟନ୍‍ତ ୧୩,୦୧,୧୯,୩୧୦ ଡୋଜ କୋଭିଡ ଟିକାକରଣ ଶେଷହୋଇଛି। ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ଆଦି ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିସହିତ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଦୈନିକ ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧିପାଇବାରେ ଲାଗିଛି।

Advertisement