ଭାରତରେ ୨୪ ଘଣ୍ଟାରେ ୨.୩୫ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ କୋଭିଡ୍‌ -୧୯ ଆକ୍ରାନ୍ତ ଚିହ୍ନଟ

188
Haryana, June 26 (ANI): A health worker collects a nasal sample for Covid-19 Ag rapid antigen testing at Chakkarpur Community Centre, near DLF Phase 4, in Gurugram on Friday. (ANI Photo)
ADVERTISEMENT

ନୂଆଦିଲ୍ଲୀ,୧୮/୦୪(ଡ଼ି.ଏଚ/ବ୍ୟୁରୋ): ଭାରତରେ ଜାରି ରହିଥିବା କୋଭିଡ୍‌ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଲଗାତାର ତୃତୀୟ ଦିନ ପାଇଁ ଦେଶରେ କୋଭିଡ୍‌ ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଛି। ଶନିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୨,୩୪,୬୯୨ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ହୋଇଛି। ସେମାନଙ୍କ ଭିତରୁ ଅଦ୍ୟାବଧି ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ପୀଡ଼ିତ ଏହି ମହାମାରୀରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଏବେ ବି ଦେଶରେ ୧୬ ଲକ୍ଷ ୭୯ ହଜାର ୭୪୦ ଜଣଙ୍କ ଠାରେ କରୋନା ଭୂତାଣୁ ସକ୍ରିୟ ରହିଛି। ଏହି ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌ରେ ୧,୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି।ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୬୭ ହଜାର ‌ଲୋକ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୨୪ ହଜାର ଏବଂ କେରଳରେ ୧୩ ହଜାର ୮୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଏହାସହିତ ଉତ୍ତର ପ୍ରଦେଶରେ ସର୍ବାଧିକ ୧୨୦ ଜଣ ପ୍ରାଣ ହରାଇଛନ୍ତି।ପରିସ୍ଥିତିର ମୁକାବିଲା ପାଇଁ ଯାବତୀୟ ଆଗୁଆ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଅଧିକ ପ୍ରଭାବିତ ୧୧ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟମାନେ ଅଧିକ ସଂଖ୍ୟକ କୋଭିଡ୍‌ ଡାକ୍ତରଖାନା ସମେତ ଅମ୍ଳଜାନ ସମ୍ବଳିତ ଶଯ୍ୟା ଓ ଅନ୍ୟାନ୍ୟ ସଂଲଗ୍ନ ଭିତ୍ତିଭୂମି ପ୍ରସ୍ତୁତ କରି ରଖିବା ଉପରେ ସେ ଗୁରୁତ୍ୱରୋପ କରିଛନ୍ତି।

Advertisement