Friday, November 6, 2026
ADVERTISEMENT
Home ଜାତୀୟ ସୁପ୍ରିମ୍‌ କୋର୍ଟ ପରିସରକୁ ବିନା କରୋନା ଟେଷ୍ଟ୍‌ରେ ପ୍ରବେଶ ମନା

ସୁପ୍ରିମ୍‌ କୋର୍ଟ ପରିସରକୁ ବିନା କରୋନା ଟେଷ୍ଟ୍‌ରେ ପ୍ରବେଶ ମନା

474
ADVERTISEMENT

ନୂଆଦିଲ୍ଲୀ,୧୫/୦୪(ଡ଼ି.ଏଚ/ବ୍ୟୁରୋ) : ସଂକ୍ରମଣ ଲଗାତାର ବଢ଼ିବାରୁ ଚିନ୍ତା ବଢ଼ିଛି। ସୁପ୍ରିମକୋର୍ଟରେ ୫୦ ପ୍ରତିଶତ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ସୁପ୍ରିମକୋର୍ଟରେ କରୋନା ନିୟମାବଳୀ କଡ଼ାକଡ଼ି କରାଯାଇଛି। ଆଗକୁ ସୁପ୍ରିମକୋର୍ଟ ପରିସରକୁ ଯିଏ ବି ଯିବେ ସେମାନଙ୍କଠାରେ କରୋନା ଲକ୍ଷଣ ଥିଲେ ସେମାନେ କରୋନା ଟେଷ୍ଟ୍‌ କରିବା ବାଧ୍ୟତାମୂଳକ। ଲକ୍ଷଣ ଥିଲେ ସମସ୍ତେ ଆର୍‌ଟିପିସିଆର୍‌ ଟେଷ୍ଟ୍ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ଜାରି ଏକ ନୂଆ ନିର୍ଦ୍ଦେଶାବଳିରେ କୁହାଯାଉଛି ।

Advertisement