Thursday, September 24, 2026
ADVERTISEMENT
Home ଜାତୀୟ ସୁପ୍ରିମ୍‌ କୋର୍ଟର ୪୪ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ...

ସୁପ୍ରିମ୍‌ କୋର୍ଟର ୪୪ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ମାମଲା ବିଚାର କରିବେ

186
ADVERTISEMENT

ନୂଆଦିଲ୍ଲୀ,୧୨/୦୪(ଡ଼ି.ଏଚ/ବ୍ୟୁରୋ) : ସୁପ୍ରିମ୍‌ କୋର୍ଟର ଅନେକ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ମାମଲାଗୁଡ଼ିକର ବିଚାର କରିବେ ବୋଲି ଜଣାପଡ଼ିଛି। ଶନିବାର ସୁଦ୍ଧା ସୁପ୍ରିମ୍‌ କୋର୍ଟର ପ୍ରାୟ ୪୪ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିଲା । ପ୍ରାପ୍ତ ସୂଚନା ଅନୁସାରେ, ବିଚାରପତିମାନେ ନିଜ ନିଜର ଘରେ ଥାଇ ଭିଡିଓ ଜରିଆରେ ଶୁଣାଣି କରିବେ। ଏତେ ଜଣ କର୍ମଚାରୀ ପଜିଟିଭ୍‌ ଆସିଥିବାରୁ ସୁପ୍ରିମ୍‌ କୋର୍ଟର ସମସ୍ତ ପ୍ରକୋଷ୍ଠଗୁଡ଼ିକୁ ସମ୍ପ୍ରତି ‘ସାନିଟାଇଜ୍‌’ କରାଯାଉଛି। ସେହି କାରଣରୁ ଆଜି ଦିନ ୧୦: ୩୦ରେ ହେବାକୁ ଥିବା ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଦିନ ୧୧:୩୦ରେ ଆରମ୍ଭ ହେବ। ଏହାଛଡ଼ା, ଦିନ ୧୧ଟାରେ ହେବାକୁ ଥିବା ଖଣ୍ଡପୀଠ ମଧ୍ୟାହ୍ନ ୧୨ରେ ଆରମ୍ଭ ହେବ । ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ଗତବର୍ଷ ଏପ୍ରିଲ୍‌ରୁ ଭର୍ଚ୍ୟୁଆଲ୍‌ ଶୁଣାଣି କରି ଆସୁଥିବା ଶୀର୍ଷ ଅଦାଲତ ମାର୍ଚ ୧୫ ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା।

Advertisement