Saturday, August 8, 2026
ADVERTISEMENT
Home ଜାତୀୟ କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ କୋର୍ଟ...

କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି

807
ADVERTISEMENT

ଉତ୍ତରପ୍ରଦେଶ,୦୮/୦୪(ଡ଼ି.ଏଚ/ବ୍ୟୁରୋ) : ବାରାଣାସୀ ବା କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି ଦେଇଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜ୍ଞାନବାପି ମସଜିଦକୁ ହିନ୍ଦୁମାନଙ୍କୁ ଦିଆଯାଉ ବୋଲି ଦାବି କରି ଜଣେ ସ୍ଥାନୀୟ ଓକିଲ ଭି.ଏସ. ରସ୍ତୋଗୀ ବାରାଣାସୀ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ନିଜର ଆବେଦନରେ ସେ ଦର୍ଶାଇଥିଲେ ଯେ ୧୬୬୪ରେ ମୋଗଲ ସମ୍ରାଟ ଆଉରେଙ୍ଗଜେବ ୨୦୦୦ ବର୍ଷ ପୁରୁଣା ଏହି ବିଶ୍ବନାଥ ମନ୍ଦିରର କିଛି ଅଂଶକୁ ଭାଙ୍ଗି ମସଜିଦ ତିଆରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ରସ୍ତୋଗୀଙ୍କ ଏହି ପିଟିସନକୁ ଜ୍ଞାନବାପି ମସଜିଦ କମିଟି ବିରୋଧ କରିଥିଲେ । ଅଯୋଧ୍ୟା ରାମ ମନ୍ଦିର ପରେ କାଶୀ ବିଶ୍ବନାଥ ମନ୍ଦିରର ଖନନ ପାଇଁ ଏଏସଆଇକୁ ନିର୍ଦ୍ଦେଶ ।

Advertisement