ନିଖୋଜ ‘ସିଆର୍‌ପିଏଫ୍‌ କମାଣ୍ଡୋ’ଙ୍କ ମୁକ୍ତି ପାଇଁ ସର୍ତ୍ତ ରଖିଲେ ନକ୍ସଲ୍

133
ADVERTISEMENT

ନୂଆଦିଲ୍ଲୀ,୦୭/୦୪(ଡ଼ି.ଏଚ/ବ୍ୟୁରୋ): ସତ ବୋଲି ଜଣାପଡୁଥିବା ଏକ ବିବୃତିରେ ନକ୍ସଲ୍‌ମାନେ ଦାବି କରିଛନ୍ତି ଯେ, ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ହୋଇଥିବା ଗୁଳି ବିନିମୟ ସମୟରେ ସେମାନେ ଜଣେ ‘ସିଆର୍‌ପିଏଫ୍‌ ଯବାନ’ଙ୍କୁ ଅପହରଣ କରି ନେଇଛନ୍ତି। ତାଙ୍କର ମୁକ୍ତି ପାଇଁ ସେମାନେ ସର୍ତ୍ତ ମଧ୍ୟ ରଖିଛନ୍ତି । ବିବୃତି ଅନୁସାରେ, ଅପହୃତ ‘ସିଆର୍‌ଏଫ୍‌ କମାଣ୍ଡୋ’ଙ୍କୁ ମୁକ୍ତ କରିବା ଲାଗି ନକ୍ସଲ୍‌ମାନେ କେତେଜଣ ମଧ୍ୟସ୍ଥଙ୍କ ନାମ ଅନୁମୋଦନ କରିଛନ୍ତି। ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଗ୍ରପନ୍ଥୀମାନେ ସହିଦ ଯବାନଙ୍କର ୧୪ଟି ଅସ୍ତ୍ର ଏବଂ ୨୦୦୦ରୁ ଅଧିକ ଗୁଳି ଏବଂ କେତେକ ଯୋଗାଯୋଗ ଉପକରଣ ଲୁଟ୍‌ କରି ନେଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ୪ଜଣ ନକ୍ସଲ୍‌ ପ୍ରାଣ ହରାଇଛନ୍ତି। କିନ୍ତୁ, ସେମାନେ ଗୋଟିଏ ହେଲେ ଶବ ନେଇ ପାରି ନାହାନ୍ତି। ଏହି ବିବୃତିକୁ ଅନୁଶୀଳନ କରାଯାଉଥିବା କଥା ଜଣେ ବରିଷ୍ଠ ନିରାପତ୍ତା ଅଧିକାରୀ ଏବଂ ଜଣେ ‘ସିଆର୍‌ପିଏଫ୍‌ କମାଣ୍ଡର୍‌’ କହିଛନ୍ତି ।

Advertisement